ଦେଶରେ ମାଓବାଦୀଙ୍କ ଆକ୍ରମଣ
ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ର ଛାତ୍ରମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଭଡାଟିଆ ଗୁଣ୍ଡା: ରାଜ୍ୟପାଳ
ନୂଆଦିଲ୍ଲୀ: କେରଳରେ ଷ୍ଟୁଡେଣ୍ଟସ୍ଫେଡେରେସନ୍ ଅଫ୍ ଇଣ୍ଡିଆ (ଝୠଓ)କର୍ମୀଙ୍କ ବିରୋଧ ସତ୍ତ୍ୱେ ରାଜ୍ୟପାଳଆରିଫ ମହମ୍ମଦ ଖାନ ଶନିବାର କାଲିକଟ ବିଶ୍ୱବିଦ୍ୟାଳୟ ପରିସରରେପହଞ୍ଚିଥିଲେ । ସେ କହିଛନ୍ତି ଯେ ଶାସକକମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ(ସିପିଆଇ-ଏମ) ର ଛାତ୍ର ୱିଙ୍ଗ(ଝୠଓ)ର କର୍ମୀମାନେ ଅପରାଧୀ ।ନୂଆଦିଲ୍ଲୀରୁ ଆସି ବିମାନବନ୍ଦରରେ ପହଞ୍ଚିବା ପରେ ପୁଲିସର କଡା ସୁରକ୍ଷାମଧ୍ୟରେ ମହମ୍ମଦ ଆରିଫ ଖାନ କାଲିକଟରେ ପହଂଚିଥିଲେ । ବାସ୍ତବରେଏସଏଫଆଇ ପୂର୍ବରୁ ରାଜ୍ୟପାଳ ଆରିଫ ଖାନଙ୍କୁ ଚ୍ୟାଲେଞ୍ଜ କରି କହିଥିଲା ଯେତାଙ୍କୁ ଅଫିସିଆଲ୍ କୁଳାଧିପତି ଭାବରେ କୌଣସି ବିଶ୍ୱବିଦ୍ୟାଳୟରେ ପ୍ରବେଶକରିବାକୁ ଦିଆଯିବ ନାହିଁ । ତେବେ କେରଳ ରାଜ୍ୟପାଳ ମହମ୍ମଦ ଆରିଫ ଖାନଏହାକୁ ଖାତିର ନ କରି ବିଶ୍ୱବିଦ୍ୟାଳୟରେ ପହଂଚିଥିଲେ । କ୍ୟାମ୍ପସ ଫାଟକବାହାରେ ବାମପନ୍ଥୀ ସଂଗଠନର ବିରୋଧକୁ ଅଣଦେଖା କରି ରାଜ୍ୟପାଳ ଥଟ୍ଟା କରି କହିଛନ୍ତି ଯେ ସେ କୌଣସି ପ୍ରକାରର ବିରୋଧ ଦେଖି ନାହାଁନ୍ତି । କ୍ୟାମ୍ପସଭିତରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସେ କାହାକୁ ଭୟକରୁନାହାଁନ୍ତି ଏବଂ ବିରୋଧ କରୁଥିବା ଛାତ୍ରମାନେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତଅପରାଧୀ । ଉଲ୍ଲେଖ ଥାଉ କି କିଛିଦିନ ତଳେ କେରଳ ରାଜ୍ୟପାଳ ଆରିଫମହମ୍ମଦ ଖାନ୍ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ତାଙ୍କର ଶାରୀରିକ କ୍ଷତି ପାଇଁଷଡ଼୍ଯନ୍ତ୍ର କରିଥିବା ଅଭିଯୋଗ କରିଥିଲେ । ଶାସକ ସିପିଆଇ(ଏମ୍)ର ଛାତ୍ରଶାଖା ଏସ୍ଏଫ୍ଆଇର କର୍ମକର୍ତ୍ତାମାନେ ରାଜ୍ୟପାଳ ଗାଡ଼ି ଭିତରେ ଥିବା ବେଳେତାଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ ।
ନୂଆଦିଲ୍ଲୀ: କେରଳରେ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (ଝୠଓ) କର୍ମୀଙ୍କ ବିରୋଧ ସତ୍ତ୍ୱେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଶନିବାର କାଲିକଟ ବିଶ୍ୱବିଦ୍ୟାଳୟ ପରିସରରେ ପହଞ୍ଚିଥିଲେ । ସେ କହିଛନ୍ତି ଯେ ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ର ଛାତ୍ର ୱିଙ୍ଗ (ଝୠଓ)ର କର୍ମୀମାନେ ଅପରାଧୀ ।
ନୂଆଦିଲ୍ଲୀରୁ ଆସି ବିମାନବନ୍ଦରରେ ପହଞ୍ଚିବା ପରେ ପୁଲିସର କଡା ସୁରକ୍ଷା
ମଧ୍ୟରେ ମହମ୍ମଦ ଆରିଫ ଖାନ କାଲିକଟରେ ପହଂଚିଥିଲେ । ବାସ୍ତବରେ
ଏସଏଫଆଇ ପୂର୍ବରୁ ରାଜ୍ୟପାଳ ଆରିଫ ଖାନଙ୍କୁ ଚ୍ୟାଲେଞ୍ଜ କରି କହିଥିଲା ଯେ
ତାଙ୍କୁ ଅଫିସିଆଲ୍ କୁଳାଧିପତି ଭାବରେ କୌଣସି ବିଶ୍ୱବିଦ୍ୟାଳୟରେ ପ୍ରବେଶ
କରିବାକୁ ଦିଆଯିବ ନାହିଁ । ତେବେ କେରଳ ରାଜ୍ୟପାଳ ମହମ୍ମଦ ଆରିଫ ଖାନ
ଏହାକୁ ଖାତିର ନ କରି ବିଶ୍ୱବିଦ୍ୟାଳୟରେ ପହଂଚିଥିଲେ । କ୍ୟାମ୍ପସ ଫାଟକ
ବାହାରେ ବାମପନ୍ଥୀ ସଂଗଠନର ବିରୋଧକୁ ଅଣଦେଖା କରି ରାଜ୍ୟପାଳ ଥଟ୍ଟା
କରି କହିଛନ୍ତି ଯେ ସେ କୌଣସି ପ୍ରକାରର ବିରୋଧ ଦେଖି ନାହାଁନ୍ତି । କ୍ୟାମ୍ପସ
ଭିତରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସେ କାହାକୁ ଭୟ
କରୁନାହାଁନ୍ତି ଏବଂ ବିରୋଧ କରୁଥିବା ଛାତ୍ରମାନେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତ
ଅପରାଧୀ । ଉଲ୍ଲେଖ ଥାଉ କି କିଛିଦିନ ତଳେ କେରଳ ରାଜ୍ୟପାଳ ଆରିଫ
ମହମ୍ମଦ ଖାନ୍ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ତାଙ୍କର ଶାରୀରିକ କ୍ଷତି ପାଇଁ
ଷଡ଼୍ଯନ୍ତ୍ର କରିଥିବା ଅଭିଯୋଗ କରିଥିଲେ । ଶାସକ ସିପିଆଇ(ଏମ୍)ର ଛାତ୍ର
ଶାଖା ଏସ୍ଏଫ୍ଆଇର କର୍ମକର୍ତ୍ତାମାନେ ରାଜ୍ୟପାଳ ଗାଡ଼ି ଭିତରେ ଥିବା ବେଳେ
ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ
ମୁଖ୍ୟମନ୍ତ୍ରୀ ମୋତେ ମାରିବାକୁ ଷଡ଼ଯନ୍ତ୍ର କରିଛନ୍ତି: କେରଳ ରାଜ୍ୟପାଳ
କେରଳ ମୁଖ୍ୟମନ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ । କହିଲେ ‘ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟ ମୋତେ ମାରିଦେବାକୁ ଷଡ଼ଯନ୍ତ୍ର କରିଥିଲେ । ମୋ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ମୋତେ ଶାରୀରିକ ଭାବେ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲେ ପିନାରାୟୀ’ । ରାଜ୍ୟପାଳ ଖାନ ଆହୁରି କହିଛନ୍ତି, ‘ମୁଁ ଥିରୁବନନ୍ତପୁରମ୍ ବିମାନବନ୍ଦରକୁ ଯାଉଥିବା ବେଳେ ସିପିଏମ୍ର ଛାତ୍ର ଗୋଷ୍ଠୀ ମୋ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ମୋ ଗାଡ଼ିକୁ ଧକ୍କା ମାରିଥିଲେ । ସେମାନେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଇଙ୍ଗିତରେ ଏଭଳି କରିଛନ୍ତି । ମୁଁ ସେତେବେଳେ ଥିରୁବନନ୍ତପୁରମ୍ରୁ ଦିଲ୍ଲୀ ଅଭିମୁଖେ ଯାଉଥିଲି ।’ ଏହି ଘଟଣାରେ ରାଜ୍ୟପାଳ କ୍ରୋଧିତ ହୋଇଛନ୍ତି । ସେ ନିଜ କାରରୁ ବାହାରି ଗଣମାଧ୍ୟମକୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବିଜୟ ହିଁ ତାଙ୍କୁ ଶାରୀରିକ ଆଘାତ ଦେବା ପାଇଁ ଏକ ଷଡଯନ୍ତ୍ର ରଚିଛନ୍ତି ଯେମିତି ସେ ପୂର୍ବରୁ କନ୍ନୁରରେ କରିଥିଲେ । ଖାନ୍ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ଭୁଶୁଡି ପଡୁଛି । ରାଜ୍ୟପାଳ କହିଛନ୍ତି ଯେ, ‘ଯଦି ମୁଖ୍ୟମନ୍ତ୍ରୀ ମୋର କୌଣସି କଥା ସହ ସହମତ ନୁହଁନ୍ତି, ତେବେ ଏହାର ଅର୍ଥ ନୁହେଁ ଯେ ସେ ମୋତେ ଶାରୀରିକ ଭାବେ ଆଘାତ ଦେବାକୁ ଷଡ଼ଯନ୍ତ୍ର କରିବେ ।’ ଗଣମାଧ୍ୟମକୁ ରାଜ୍ୟପାଳ କହିଛନ୍ତି ଯେ, ବିକ୍ଷୋଭକାରୀମାନେ କେବଳ ତାଙ୍କ କାର ସମ୍ମୁଖରେ କଳା ପତାକା ଦେଖାଇଲେ ତାହା ନୁହେଁ, ବରଂ ତାଙ୍କ କାର୍କୁ ଦୁଇ ପଟୁ ଆକ୍ରମଣ କରିଥିଲେ । ଯେତେବେଳେ ବିକ୍ଷୋଭକାରୀଙ୍କ ଆଚରଣକୁ ଦେଖି ରାଜ୍ୟପାଳ କାର୍ରୁ ଓହ୍ଲାଇଥିଲେ, ସେତେବେଳେ ବିକ୍ଷୋଭକାରୀମାନେ ସେଠାରୁ ଦୌଡ଼ିବା ଆରମ୍ଭ କରିଥିଲେ । ସେମାନେ ପୂର୍ବରୁ ଏକ କାରରେ ବସିଥିଲେ । ପାଖରେ ପୋଲିସ ମଧ୍ୟ ଥିଲା । ଅର୍ଥାତ୍ ପୋଲିସ ପୂର୍ବରୁ ଜାଣିଥିଲା, ସେମାନେ ସେଠାରେ ଏଭଳି କାଣ୍ଡ ଭିଆଇବେ । ଏଭଳି କାଣ୍ଡ ପାଇଁ ଯଦି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ରହିଥିବ, ପୋଲିସ ବା କ’ଣ କରିପାରିବ ।
Comments
Post a Comment