ଦେଶରେ ମାଓବାଦୀ ଦମନ
ସୁରକ୍ଷା ଯବାନଙ୍କ ଗୁଳିରେ ୩ ମାଓବାଦୀ ନିହତ 25-12-2023 ରାୟପୁର, ୨୪ ।୧୨ (ଏଜେନ୍ସିି) : ଛତିଶଗଡ଼ ଦନ୍ତେୱାଡାରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟୟ ସୁରକ୍ଷା ଯବାନଙ୍କ ଗୁଳିରେ ୩ ମାଓବାଦୀ ନିହତୟ ଏନେଇ ସୂଚନା ଦେଇଛନ୍ତି ବସ୍ତର ରେଞ୍ଜ୍ ଆଇଜି ପି ସୁନ୍ଦରରାଜୟ ପ୍ରକାଶଥାଉକି ସଂଧ୍ୟା ୫.୩୦ରେ ଦବ୍ୱାକୁତ୍ତା ଗ୍ରାମ ଅନ୍ତର୍ଗତ କେତେକଲ୍ୟାଣ ପୋଲିସ୍ ଷ୍ଟେସନ ଅନ୍ତର୍ଗତ ସୁରକ୍ଷାକର୍ମୀଙ୍କ ଅପରେସନ ବେଳେ ଏ ଘଟଣା ଘଟିଥିବା ଜଣାପଡ଼ିଛି । ଡିଆରଜି ଓ ବସ୍ତର ଫାଇଟର୍ସ ତୁମକାପାଲ ପୋଲିସ କ୍ୟାମ୍ପ ଦନ୍ତେୱା଼ଡା-ସୁକ୍ମା ଆନ୍ତ-ରାଜ୍ୟ ସୀମାରେ ମାଓ ଅପରେସନ ଚାଲିଥିବା ବେଳେ ଏହା ଘଟିଛି । ତେବେ ଘଟଣାସ୍ଥଳରୁ ବିସ୍ପୋରକ ଓ ଗୁଳିଗୋଳା ଜବତ କରାଯାଇଛିୟ ନିହତ ହୋଇଥିବା ୩ ଜଣଙ୍କ ପରିଚୟ ମିଳିନି । ସେଠାରେ ଅପରେସନକୁ ଜୋରଦାର କରାଯାଇଛି ।