ଓଡିଶାରେ ମାଓବାଦ

ମାଓବାଦୀ ସୁରକ୍ଷାକର୍ମୀ ଗୁଳି ବିନିମୟ 

Maoist security forces exchange of fire

https://pragativadi.com/epaper/epaper_news_clip/1710107030_4703.jpg




ମାଓ କ୍ୟାମ୍ପରେ ଦିଆଯାଉଛି ଯୌନ ନିର୍ଯାତନା

7-2-2024

ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା । ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ । ବୌଦ୍ଧ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ୨ ମହିଳା ମାଓବାଦୀ ବଖାଣିଛନ୍ତି ମାଓ କ୍ୟାଂପରେ କେମିତି ଦିଆଯାଉଥିଲା ଯୌନ ନିର୍ଯାତନା । ଉଭୟ ମହିଳା ମାଓବାଦୀ କକଈଘ ଡିଭିଜନ ମହାନଦୀ ଏରିଆ କମିଟିର ସଦସ୍ୟ ଥିଲେ । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ଛତିଶଗଡ଼ ବିଜାପୁର ଅଞ୍ଚଳର । ୫ ବର୍ଷ ତଳେ ଏମାନେ ମାଓ କ୍ୟାମ୍ପରେ ସାମିଲ୍ ହୋଇଥିଲେ । ଅନ୍ୟପଟେ ଗତ ଦୁଇଦିନ ତଳେ ପୋଲିସ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଥିଲା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କାମ୍ବିରୀକିଆ ଜଙ୍ଗଲରେ କୁମ୍ବିଂ ବେଳେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିଲା । ତାର ନାଁ ହେଲା ଦସରୁ । ସେ କକଈଘ ସଂଗଠନର ଡିଭିଜିନାଲ କମାଣ୍ଡର ଥିଲା । ତା’ର ଘର ଛତିଶଗଡ଼ରେ । ତା ନାଁରେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ୨୦ରୁ ଅଧିକ ମାମଲା ଥିଲା । ସେ ଅନେକ ହତ୍ୟା, ହିଂସାକାଣ୍ଡ ଓ ଜଳାପୋଡ଼ାରେ ସଂପୃକ୍ତ ଥିବା ପୋଲିସ କହିଥିଲା । ପରେ କମ୍ବିଂ ଅପରେସନ୍ ବେଳେ ମାଓବାଦୀ ଓ ପୋଲିସ୍ ଗୁଳି ବିନିମୟରେ ଜଣେ ଊଠୠ ଯବାନ ମଧ୍ୟ ଆହତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା । 



ଗୁଳି ବିନିମୟ ପରେ ନକ୍ସଲଙ୍କ ଛତ୍ରଭଙ୍ଗ

24-1-2024

ବୌଦ୍ଧ: ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ପା ଜଙ୍ଗଲରେ ପୁଲିସ୍ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ତେବେ କିଛି ଘଣ୍ଟା ଧରି ଗୁଳି ବିନିମୟ ଚାଲିବା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି । ପୁଲିସ୍ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି । ନଳୀକୁମ୍ପା ଜଙ୍ଗଲରେ କୁଲବେଡ଼ା ଜଙ୍ଗଲରେ ମାଓ ଶିବିର ଚାଲିଥିବା ନେଇ ସୂଚନା ପାଇବା ପରେ ଆଜି ସକାଳେ ପୁଲିସ୍ ପକ୍ଷରୁ ଅପରେସନ୍ ଆରମ୍ଭ କରାଯାଇଥିଲା । ଏହି ସମୟରେ ନକ୍ସଲଙ୍କ ସହିତ ପୁଲିସର ମୁହାଁମୁହିଁ ହୋଇଥିଲା । ଉଭୟ ପକ୍ଷ ମଧ୍ୟରେ କିଛି ଘଣ୍ଟା ଧରି ଗୁଳିବିନିୟମ ହୋଇଥିଲା । ପ୍ରାୟ କିଛି ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହା ପରେ ନକ୍ସଲମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ପୁଲିସ ଗୋଟିଏ ନକ୍ସଲ କ୍ୟାମ୍ପ ଧ୍ୱଂସ କରିଥିବା ସୂଚନା ରହିଛି । ଏହି କ୍ୟାମ୍ପରେ ୨୫ରୁ ୩୦ ନକ୍ସଲ ଥିଲେ ବୋଲି ସୂଚନା ରହିଛି । ଘଟଣାସ୍ଥଳରୁ ଲ୍ୟାଣ୍ଡମାଇନ୍‌, ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।



ମାଟିତଳୁ ବିସ୍ଫୋରକ ଏବଂ ମାଓ ସାମଗ୍ରୀ ଉଦ୍ଧାର କଲେ ଯବାନ 

ମାଲକାନଗିରି,୨୫/୧୨ : ହିଂସାକାଣ୍ଡ ଭିଆଇବା ପାଇଁ ମାଟିତଳେ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ଏବଂ ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି ଯବାନ । ସୂଚନା ଅନୁଯାୟୀ ଗୁଇନ୍ଦା ସୂତ୍ରକୁ ଆଧାର କରି ମାଲକାନଗିରି ଜିଲ୍ଲା ଓଡ଼ିଶା-ଆନ୍ଧ୍ର ସୀମାନ୍ତ କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ଜଙ୍ଗଲରେ ଡ଼ିଭିଏଫ(ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରୀ ଫୋର୍ସ) ଏବଂ ଏସଓଜି(ସ୍ପେଶାଲ ଅପରେସନ ଗ୍ରୁପ) ଯବାନ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ କୁର୍ମାନୁର ଜଙ୍ଗଲରେ ମାଓବାଦୀଙ୍କ ଏକ ଗୁପ୍ତ ଆଡ୍ଡାକୁ ଠାବ କରିଥିଲେ ଯବାନ । ମାଟି ତଳେ ମାଓବାଦୀ ରଖିଥିବା ବିସ୍ଫୋରକ ଏବଂ ମାଓ ସାମଗ୍ରୀ ଉଦ୍ଧାର କରିଥିଲେ ସୁରକ୍ଷା ବାହିନୀ । ମାଟି ତଳୁ ୧୨ଟି ଟିଫିନ ବୋମା, ୫ଟି ଗ୍ରେନେଡ଼, ଦେଶୀ ବନ୍ଧୁକ, ୩୯ ଟି ଜିଲେଟିନ ଷ୍ଟିକ, ବିଦ୍ୟୁତ ତାର, ମାଓବାଦୀ ପୋଷାକ ଏବଂ ପ୍ରଚାର ପତ୍ର ଉଦ୍ଧାର ହୋଇଥିଲ



23-12-2023 

ନକ୍ସଲଙ୍କ ଲଙ୍କାକାଣ୍ଡ ,ଉଡ଼ାଇଦେଲେ ରେଳଧାରଣା, ସୀମାରେ ହାଇଆଲଟ 

ରାଉରକେଲା-ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲଙ୍କ ହିଂସାକାଣ୍ଡ । ଝାଡ଼ଖଣ୍ଡ ମନୋହରପୁର ଷ୍ଟେସନ ନିକଟ ବିରୁୱାରେ ରେଳ ଧାରଣା ଉଡାଇ ଦେଇଛନ୍ତି ନକ୍ସଲ । ବିଳମ୍ବିତ ରାତିରେ ନକ୍ସଲ ରେଳ ଧାରଣା ଉଡ଼ାଇ ଦେଇଥିବା ଜଣାପଡ଼ିଛି । ଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ୨୦ରୁ ଅଧିକ ଟ୍ରେନ୍ ଅଟକି ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ନକ୍ସଲପୋଷ୍ଟର ଓ ବ୍ୟାନର ମରାଯାଇଛି । ସିଆରପିଏଫ୍ ଯବାନ, ପୁଲିସ ଓ ବମ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି । ଟ୍ରାକ୍ ମରାମତି ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହେବ ସୂଚନା ରହିଛି । ୨୦ରୁ ଅଧିକ ଟ୍ରେନ ଅଟକି ରହିଥିବାରୁ ଯାତ୍ରୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅନ୍ୟପକ୍ଷରେ ଭାରତ ବନ୍ଦ ଡାକରା ଦେଇଛି ନକ୍ସଲ ସଂଗଠନ । ନକ୍ସଲଙ୍କ ହିଂସାକାଣ୍ଡ ପରେ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି । ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାବର୍ତ୍ତୀ ୪ ଜିଲ୍ଲାର ଏସପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଗୁଇନ୍ଦା ବିଭାଗ ପକ୍ଷରୁ ଏହି ଆଲର୍ଟ ଜାରି କରାଯାଇଛି । ଏହାସହ କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, କେନ୍ଦୁଝର ଏସପିଙ୍କୁ ମଧ୍ୟ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ପାଟ୍ରୋଲିଂ କରିବାକୁ କୁହାଯାଇଛି । ସେହିପରି ବୁଧବାର ରାତିରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମାରେ ୩୦ ନମ୍ବର ରାଜପଥର କଣ୍ଟା-ଦୋର୍ଣ୍ଣାପଲ୍ଲରେ ଏକ ଯାତ୍ରୀବାହୀ ବସ୍‌, ଟ୍ରେଲର ଓ କାରରେ ନିଆଁ ଲଗାଇ ଦେଇଥିଲେ ଲାଲ୍ ବାହିନୀ । ନକ୍ସଲଙ୍କ ପକ୍ଷରୁ ଆଜି ଛତିଶଗଡ଼ ମଧ୍ୟ ବନ୍ଦ ଡାକରା ଦିଆଯାଇଛି । ତା’ ପୂର୍ବରୁ ନକ୍ସଲ ଲଙ୍କାକାଣ୍ଡ ଘଟାଇ ନିଜର ସ୍ଥିତି ଜାହିର କରିଥିଲେ ।




7-2-2022

ମାଓବାଦ
ତୁମିଡିବନ୍ଧ ରାଜପଥରେ ମାଓ ପୋଷ୍ଟର

6-2-2022
ମାଓବାଦ
ମାଓ ହାମଲାରେ ସାମ୍ବାଦିକ ମୃତ୍ଯୁ

ଇମ୍ରାନର  ନକ୍ସଲ ଲିଙ୍କ ଯାଂଚ




ମାଓବାଦ

ସବ୍ଯସାଚୀ ଆଉ 2 ମାମଲାରୁ ଖଲାସ
9-10-21
ମାଓବାଦ
ଆଉ ଏକ ଘଟଣାରେ ସବ୍ଯସାଚୀ ନିର୍ଦ୍ଦୋଷ

Comments

Popular posts from this blog

ଓଡିଶାରେ ମାଓବାଦୀ ଦମନ-ओडिशा में माओवाद